ଦ୍ୱିତୀୟ ଟେଷ୍ଟ: ଅଶ୍ୱିନଙ୍କୁ ୫ ୱିକେଟ୍‌, ଭାରତ ୨୪୯ ରନ୍‌ରେ ଆଗୁଆ

ଚେନ୍ନାଇ – ରବିଚନ୍ଦ୍ରନ ଅଶ୍ୱିନଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟକୁ ଭାରତ ନିଜ ନିୟନ୍ତ୍ରଣରେ ରଖିଛି । ଅଶ୍ୱିନ ସିରିଜରେ କ୍ରମାଗତ ଦ୍ୱିତୀୟ ଥର ପା ୱିକେଟ୍ ସଫଳତା ପାଇଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୧୩୪ ରନରେ ଅଲଆଉଟ୍ ହୋଇଯାଇଛି । ଅଶ୍ୱିନଙ୍କ ସ୍ପିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଘାଇଲା ହୋଇଥିଲେ । ଏହି ଷ୍ଟାର ଅଫ୍‌ସ୍ପିନର ୪୩ ରନରେ ୫ଟି ୱିକେଟ୍ ନେଇଥିବା ବେଳେ ଡେବୁଟା ୍ ଅକ୍ଷର ପଟେଲ ଓ ଈଶାନ୍ତ ଶର୍ମା ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ପ୍ରଥମ ଇନିଂସରେ ଭାରତ ୧୯୫ ରନର ବୃହତ୍ ଅଗ୍ରଣୀ ହାସଲ କରି ଦ୍ୱିତୀୟ ଦିବସର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍ ହରାଇ ୫୪ ରନ୍ କରିଛି । ଶୁଭମନ ଗିଲ୍ ୧୪ ରନ୍ କରି ଆଉଟ୍ ହୋଇଥିବା ବେଳେ ପ୍ରଥମ ଇନିଂସର ଶତକ ହାସଲକାରୀ ରୋହିତ ଶର୍ମା ୨୫ ଓ ଚେତେଶ୍ୱର ପୂଜାରା ୭ ରନ୍ କରି ଅପରାଜିତ ଅଛନ୍ତି । ହାତରେ ଆହୁରି ୯ ୱିକେଟ୍ ଥିବାବେଳେ ଭାରତ ଏବେ ସୁଦ୍ଧା ୨୪୯ ରନ୍ ଅଗୁଆ ରହି ସ୍ଥିତି ମଜଭୁତ କରିନେଇଛି ।

ପୂର୍ବରୁ ଭାରତ ତାର ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୩୦୦/୬ରୁ ଖେଳ ଆରମ୍ଭ କରି ୩୨୯ ରନରେ ଅଲଆଉଟ୍ ହୋଇଯାଇଥିଲା । ରିଷଭ ପନ୍ତ ଆକର୍ଷଣୀୟ ୫୮ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ୪ଟି ଏବଂ ଓଲି ଷ୍ଟୋନ୍ ୩ଟି ୱିକେଟ୍ ନେଇଥିଲେ ।

ପ୍ରଥମ ଟେଷ୍ଟରେ ଭାରତ ୨୨୭ ରନରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ।

Comments are closed.