ଜାମ୍ମୁକାଶ୍ମୀରରେ ଆତଙ୍କୀ ଯୋଜନା ପଣ୍ଡ, ୭ କେଜି ବିସ୍ଫୋରକ ଜବତ

ଶ୍ରୀନଗର – ଦେଶ ଆଜି ପୁଲୱାମା ଆତଙ୍କୀ ଆକ୍ରମଣର ଦ୍ୱିତୀୟ ବର୍ଷପୂ ିର୍ ପାଳନ କରୁଥିବା ବେଳେ ଜାମ୍ମୁ-କାଶ୍ମୀରେ ଏକ ବଡ଼ ଆତଙ୍କୀ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ । ଜମ୍ମୁ ବସ୍‌ଷ୍ଟାଣ୍ଡରୁ ୭ କେଜି ଆରଡିଏକ୍ସ ଜବତ କରାଯାଇଛି । ଏହି ମାମଲାରେ ପୋଲିସ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି କାଶ୍ମୀର ବାସିନ୍ଦା ବୋଲି କୁହାଯାଇଛି । ଜମ୍ମୁ ବସ୍‌ଷ୍ଟାଣ୍ଡକୁ ସିଲ୍ କରାଯାଇ ସୁରକ୍ଷା ବାହିନୀ ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ମୁତାବକ ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀ ଅବସରରେ ଆତଙ୍କମୀମାନେ ଏକ ବଡ଼ ଆତଙ୍କୀ ଆକ୍ରମଣ ଯୋଜନାରେ ଥିଲେ ।

ଠିକ୍ ଦୁଇବର୍ଷ ତଳେ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୪୦ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ମିଶି ଏହି ଆକ୍ରମଣ ଯୋଜନା କରିଥିଲେ । ଏହି ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ୧୯ ଜଣଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରିଥିଲା । ଏମାନଙ୍କ ମଧ୍ୟରୁ ସୁରକ୍ଷାବାହିନୀଙ୍କ ସହ ଏନ୍‌କାଉ ରରେ ନିହତ ହୋଇଥିଲେ ।

Comments are closed.