ଧାର୍ମିକ ସ୍ଥଳ ଖୋଲିବା ନେଇ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ରାଜ୍ୟରେ ଧାର୍ମିକ ସ୍ଥଳ ଓ ଉପାସନା ପୀଠ ଖୋଲିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ,ଏ ନେଇ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଧାର୍ମିକ ସ୍ଥଳ ସହ ଜଡିତ ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ଆଲୋଚନା କରିବା ସହ ଏସଓପି ଜାରି କରି ଜିଲ୍ଲାପାଳମାନେ ଧାର୍ମିକ ସ୍ଥଳ ଖୋଲିପାରିବେ । ରାଜ୍ୟ ସରକାର ଏ ସଂପର୍କରେ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରିଛନ୍ତି । ବିଭିନ୍ନ ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ପ୍ରକ୍ରିୟା ଚାଲିଛି ସେ ଟ୍ୱିଟ୍ କରିଛନ୍ତି ।

Comments are closed.