ଧୋନିଙ୍କ ପିତାମାତାଙ୍କୁ କରୋନା

ରାଞ୍ଚି: ଘାତକ କରୋନା ଭାଇରସ ଏବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଘରେ ପଶିଛି। ଏମଏସ ଧୋନିଙ୍କ ପିତା ପାନ ସିଂ ଧୋନି ଏବଂ ମାତା ଦେବକୀ ସିଂ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହା ପରେ ଉଭୟଙ୍କୁ ଝାଡଖଣ୍ଡର ରାଜଧାନୀ ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପ୍ରତି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଆଇପିଏଲ ଖେଳୁଛନ୍ତି ଏବଂ ତାଙ୍କ ପରିବାରଠାରୁ ଦୂରରେ ଅଛନ୍ତି।

ସୂଚନାନୁସାରେ, ରାଞ୍ଚିର ପଲ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଏମଏସ ଧୋନିଙ୍କ ପିତା ଏବଂ ମା ଚିକିତ୍ସିତ ହେଉଛନ୍ତି। ଧୋନି ଆଇପିଏଲ୍ ୨୦୨୦ ପରେ ୟୁଏଇରେ ପରିବାର ସହିତ ସମୟ ବିତାଇଲେ | ସେ ବର୍ତ୍ତମାନର ଆଇପିଏଲ୍ ୨୦୨୧ରେ ଖେଳୁଛନ୍ତି ।

ଝାଡଖଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୬ ଜଣ ରୋଗୀ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫୦୨କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୬୭୩୪୬କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ବିଭିନ୍ନ ଡାକ୍ତରଖାନାରେ ୩୦୫୮୮ ସଂକ୍ରମିତ ଲୋକଙ୍କ ଚିକିତ୍ସା ଜାରି ରହିଛି।

Comments are closed.