ନନ୍ଦନକାନନ ପାଇଁ ୬ ଶହ କୋଟିର ମାଷ୍ଟରପ୍ଲାନ : ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର- ନନ୍ଦନକାନନ ପାଇଁ ୬ ଶହ କୋଟିର ମାଷ୍ଟରପ୍ଲାନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନନ୍ଦନକାନନ ଓ ଅକଲାଣ୍ଡ ଚିଡିଆଖାନା ମଧ୍ୟରେ ସହଭାଗିତା ପାଇଁ ପ୍ରୟାସ ଚାଲିଛି । ନନ୍ଦନକାନନରେ ପଶୁଙ୍କ ଜନ୍ମହାର ଅପେକ୍ଷା ମୃତ୍ୟୁ ହାର କମ୍ ରହିଛି । ଗତ ୨୦ ବର୍ଷ ମଧ୍ୟରେ ନନ୍ଦନକାନନର କଳେବର ବୃଦ୍ଧି ପାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ନନ୍ଦନକାନନରେ ୧୫୭ ପ୍ରଜାତିର ୩୭୦୦ରୁ ୩୮୦୦ ଜୀବଜନ୍ତୁ ଅଛନ୍ତି । ଚଳିତବର୍ଷ ଏଠାକୁ ୨୫ ପ୍ରକାରର ନୂଆ ଜୀବଜନ୍ତୁ ଅଣାଯାଇଛି । ଆସନ୍ତାବର୍ଷ ଜୟପୁର ଓ ମିଜୋରାମରୁ ନୂଆ ଜୀବଜନ୍ତୁ ଅଣାଯିବା ପାଇଁ ଲକ୍ଷ୍ୟ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ନନ୍ଦନକାନନକୁ ୨୦୨୦ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ୨୬ ଲକ୍ଷ ୫୦ ହଜାର ପର୍ଯ୍ୟଟକ ଆସିଥିଲେ ।

Comments are closed.