କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ଜେନମ ସିକ୍ୱେନସିଂ ପାଇଁ କନସୋର୍ଟିୟମ ଗଠିତ

ନୂଆଦିଲ୍ଲୀ – ଦେଶରେ କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । କୋରୋନାର ନୂଆ ଷ୍ଟ୍ରେନ୍ ପାଇଁ ଟିକା କାମ କରିବା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଜେନମ ସିକ୍ୱେନସିଂ ପାଇଁ ଆଇଏନଏସଏସିଓଜି କନସୋର୍ଟିୟମ ଗଠିତ ହୋଇଛି । ୧୦ଟି ସରକାରୀ ଲ୍ୟାବକୁ ନେଇ ଗଠିତ ହୋଇଛି କନସୋର୍ଟିୟମ । ଏହା ନୂଆ ଷ୍ଟ୍ରେନର ସ୍ଥିତି ଅନୁଧ୍ୟାନ କରିବ ।

ଦେଶରେ ଜିନୋମ ସିକ୍ୱେନିସଂ ସଂଖ୍ୟା ବୃଦ୍ଧି କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

Comments are closed.