ନାବାଳିକା ଗଣଦୁୁଷ୍କର୍ମ ମାମଲା : ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନରେ ଭିସି ଜରିଆରେ ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ୱର- ବହୁଚର୍ଚ୍ଚିତ ଇନଫୋସିଟି ନାବାଳିକା ଗଣଦୁୁଷ୍କର୍ମ ମାମଲାରେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ -ଓଏସପିସିଆରରେ ହାଜର ହୋଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି ଜାଗି । ଆଜି ହାଜର ହେବା ପାଇଁ ଜାଗିଙ୍କୁ ପୂର୍ବରୁ କମିଶନ ନୋଟିସ ଜାରି କରିଥିଲେ । ପୀଡିତାଙ୍କ ପକ୍ଷରୁ ତାଙ୍କ ଓକିଲ ମଧ୍ୟ ହାଜର ହୋଇଛନ୍ତି । ଶୁଣାଣି ଜାରି ରହିଛି ।

Comments are closed.