ନାଶିକ: ଅକ୍ସିଜେନ ଲିକ୍ ଯୋଗୁଁ ୨୨ ରୋଗୀଙ୍କ ମୃତ୍ୟୁ

ନାଶିକ: ମହାରାଷ୍ଟ୍ରର ନାଶିକର ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କ୍ ଲିକ୍ କାରଣରୁ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ‌। ନାଶିକ୍ ଜିଲ୍ଲା ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ଏଫଡିଏ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗନ କହିଥିଲେ ଯେ ଅକ୍ସିଜେନ ଲିକ୍ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଆମେ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରିଛୁ । ଆମେ ତଦନ୍ତ ନିର୍ଦ୍ଦେଶ ଦେଇଛୁ। ଯେଉଁମାନେ ଦୋଷୀ, ସେମାନଙ୍କୁ ଛଡ଼ାଯିବ ନାହିଁ ।

ନାଶିକ୍ କମିଶନରଙ୍କ ଅନୁଯାୟୀ ଡାକ୍ତରଖାନାରେ ୧୫୦ ଜଣ ରୋଗୀ ଚିକିତ୍ସାଧୀନ ଥିଲେ। ୨୩ ଜଣ ଭେଣ୍ଟିଲେଟରରେ ଥିଲେ । ଅନ୍ୟମାନେ ଅକ୍ସିଜେନ ଥିଲେ ।ଡାକ୍ତରଖାନାରେ ଅକ୍ସିଜେନ ଭର୍ତ୍ତି କରା ଯାଉଥିବାବେଳେ ଲିକ୍ ହୋଇଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅକ୍ସିଜେନ ଭଲ୍ଭ ବନ୍ଦ କରିଦେଇଥିଲେ। ପାଇପଲାଇନ ଲିକ୍ ଯୋଗୁ ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅକ୍ସିଜେନ ଲିକ୍ ବିଷୟରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ କହିଛନ୍ତି ଯେ ନାଶିକରେ ଟ୍ୟାଙ୍କର୍ ଭଲଭ୍ ଲିକ୍ ହେତୁ ଅମ୍ଳଜାନର ବ୍ୟାପକ ଲିକ୍ ହୋଇଛି। ଏହା ଦ୍ବାରା ଡାକ୍ତରଖାନାରେ ରୋଗୀସେବା ପ୍ରଭାବିତ କରିବ ।

Comments are closed.