ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ପ୍ରଥମେ ଜିଲ୍ଲା ପରିଷଦ ଜୋନରେ କ୍ୱାରେଂଟାଇନ ସେଂଟର : ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର- ଦେଶର ଅନେକ ରାଜ୍ୟରେ ଲକଡାଉନ ଜାରି ହୋଇଥିବାରୁ ପ୍ରବାସୀ ଶ୍ରମିକ ଓଡିଶା ଫେରିବା ଆରମ୍ଭ କଲେଣି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କ ପାଇଁ କ୍ୱାରେଂଟାଇନ ସେଂଟର ବ୍ୟବସ୍ଥା କରାଯାଉଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଗତବର୍ଷ ପ୍ରତି ପଂଚାୟତରେ କ୍ୱାରେଂଟାଇନ ସେଂଟର କରାଯାଇଥିବା । ଏଥର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନରେ କ୍ୱାରେଂଟାଇନ ସେଂଟର କରାଯିବ । ଏବେ ସ୍ଥିତି ଠିକ୍ ଅଛି । କିନ୍ତୁ ଆଗକୁ ବହୁ ସଂଖ୍ୟାରେ ପ୍ରବାସୀ ଓଡିଶା ଫେରିବେ । ମୁଖ୍ୟତଃ ଛତିଶଗଡ ସୀମାନ୍ତରୁ ପ୍ରବାସୀ ଆସିବେ । ପ୍ରବାସୀଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି ।

Comments are closed.