ନୂଆ ଆଇଟି ନିୟମ ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ – ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟ୍‌ଫର୍ମ ପାଇଁ ନିକଟରେ ଲାଗୁ ହୋଇଥିବା ନୂଆ ନିୟମକୁ ଚାଲେଞ୍ଜ କରି ଆଗତ ଏକ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ଜବାବ ତଲବ କରିଛନ୍ତି ।

ମୁଖ୍ୟ ବିଚାରପତି ଡିଏନ୍ ପଟେଲ୍ ଓ ଜଷ୍ଟିସସ ଯଶବୀତ ସିଂହଙ୍କ ଖଣ୍ଡପୀଠ ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ନୋଟିସ୍ ଜାରି କରି ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ସମୟ ଦେଇଛନ୍ତି ।

‘କ୍ୱିଣ୍ଟ ଡିଟାଲ ମିଡିଆ’ ଦ୍ୱାରା ଦାୟର ଏହି ପିଟିସନ ଉପରେ ପରବ ର୍ୀ ଶୁଣାଣି ଏପ୍ରିଲ ୧୬ରେ ହେବ । ପୂର୍ବରୁ ନୂଆ ଆଇଟି ନିୟମକୁ ଚାଲେଞ୍ଜ କରି ‘ଫାଉଣ୍ଡେସନ ଫର ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଜିମ୍‌’ ଏବଂ ‘ଦା ୱାୟାର’ ତରଫରୁ ବି ଅଦାଲତରେ ପିଟିସନ୍ ଦାୟର କରାଯାଇଛି । ଏହି ସବୁ ମାମଲାର ଏପ୍ରିଲ ୧୬ରେ ଏକାସଙ୍ଗେ ଶୁଣାଣି ହେବ ।

ସଂଶୋଧିତ ଆଇଟି ନିୟମାନୁସାରେ ସୋସିଆଲ ମିଡିଆ ଏବଂ ଷ୍ଟ୍ରମିଂ ପ୍ଲାଟ୍‌ଫର୍ମ ଗୁଡିକୁ କୌଣସି ଆପତ୍ତିଜନକ ତଥା ଅଶ୍ଳୀଳ କେଣ୍ଟେଣ୍ଟ‌କୁ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ । ସେମାନଙ୍କୁ ଅଭିଯୋଗ ନିବାରଣ ପାଇଁ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କରିବାକୁ ପଡିବ । ଅଭିଯୋଗର ତଦନ୍ତରେ ବି ସେମାନଙ୍କୁ ସହଯୋଗ କରିବାକୁ ହେବ ।

Comments are closed.