ନେତାଜୀ ବସ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

କଟକ- ନେତାଜୀ ବସ ଟର୍ମିନାଲ ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହୋଇଛି ବାଦାମବାଡି ବାଳିକା ସ୍କୁଲ୍ । ନିକଟରେ ଥିବା ସରକାରୀ ଜମିରୁ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ସୁଦ୍ଧା ବିଶ୍ୱନାଥ ପଣ୍ଡିତ ପାଠାଗାର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଡିଏ ସେକ୍ଟର ୬ରେ ଥିବା ଓଏଟି ବିଲଡିଂକୁ ପାଠାଗାର ସ୍ଥାନାନ୍ତର ହେବ । ୧୨ ଏକର ଜମିରେ ନିର୍ମାଣ ହେବ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ । ଏହିମାସ ୨୩ ତାରିଖରେ ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ ।

Comments are closed.