ନୟାଗଡ ଶିଶୁକନ୍ୟା ନିଖୋଜ ଘଟଣାର ତଦନ୍ତ ଆଗେଇଲା, ବଧିପାଟଣା ଗାଁରେ ପୁଣି ଥରେ ପହଂଚିଲେ ଏସପି

ନୟାଗଡ- ନୟାଗଡ ଜିଲ୍ଲାର ଯଦୁପୁର ପରୀ ନାବାଳିକା ହତ୍ୟା ମାମଲାରେ ତଦନ୍ତ ଏସଆଇଟି କରୁଥିବା ବେଳେ ଏବେ ଏକ ଶିଶୁ କନ୍ୟା ନିଖୋଜ ହେବା ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାର ରଣପୁରରୁ ନିଖୋଜ ହୋଇଯାଇଥିବା ୩ ବର୍ଷିୟା ଶିଶୁକନ୍ୟା ନିଖୋଜ ଘଟଣାର ତଦନ୍ତ ପାଇଁ ବଧିପାଟଣା ଗାଁକୁ ଦ୍ୱିତୀୟ ଥର ପାଇଁ ଯାଇଛନ୍ତି ଏସପି । ତିନିଟି ପୋଲିସ ଟିମ ସହାୟତାରେ ଛାନଭିନ ଆରମ୍ଭ ହୋଇଛି । ୨ ଦିନ ତଳୁ ୩ ବର୍ଷର ଶିଶୁକନ୍ୟା ନିଖୋଜ ଅଛି ।

Comments are closed.