ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ, ଅନେକ ଜିଲ୍ଲାରେ ରାତ୍ରି କର୍ଫ୍ୟୁ

ଚଣ୍ଡିଗଡ଼ – ପଞ୍ଜାବରେ ବଢ଼ି ଚାଲିଥିବା କରୋନା ମାମଲା ଦୃଷ୍ଟିରୁ ରାଜ୍ୟ ସରକାର ନୂଆ କଟକଣା ଜାରି କରିଛନ୍ତି । ପଞ୍ଜାବରେ ସବୁ ସ୍କୁଲ ଓ କଲେଜ ମାର୍ଚ୍ଚ ୩୧ଯାଏଁ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅନେକ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସର୍ବାଧିକ ପ୍ରଭାବିତ ୯ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିଥିଲେ । ଏହି ଜିଲ୍ଲାଗୁଡିକ ହେଲା ଲୁଧିଆନା, ଜଳନ୍ଧର, ପଟିଆଲା, ମୋହାଲି, ଅମୃତସର, ଗୁରଦାସପୁର, ହୋଶିୟାରପୁର, କପୁରଥଲା ଏବଂ ରୂପନଗର । ଏହି ସବୁ ଜିଲ୍ଲାରେ ପ୍ରତ୍ୟହ ୧୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ।

ଲୋକେ ଯଦି କୋଭିଡ୍ ନିୟମ ନ ପାଳନ୍ତି ଆଗକୁ ଆହୁରି କଡ଼ା ପଦକ୍ଷେପ ନିଆଯିବ ବୋଲି ଅମରିନ୍ଦର ଚେତାବନୀ ଦେଇଛନ୍ତି । କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା ଲାଗିବ ବୋଲି ସେ କହିଛନ୍ତି ।

Comments are closed.