ଦୋଳ ମେଳଣ ଓ ହୋଲି ଉପରେ କଟକ ପୋଲିସର କଟକଣା

କଟକ-କୋରୋନା ଦୃଷ୍ଟିରୁ କଟକ ପୋଲିସର ମେଳଣ ଓ ହୋଲି ଉପରେ କଟକଣା ଜାରି କରାଯାଇଛି । ନିରାଡମ୍ବର ଭାବେ ସର୍ବାଧିକ ୨୦୦ ଲୋକରେ ହେବ ଦୋଳ ମେଳଣ । ପ୍ରତି ବିମାନ ନିକଟରେ ସର୍ବାଧିକ ୧୦ ଜଣ ରହିପାରିବେ ।

ମେଳଣକୁ ଅନୁମତି ମିଳଥିିଲେ ବି ଡିଜେ, ମାଇକ ଓ ବାଜା ମନା କରାଯାଇଛି । ମେଳଣ ପଡିଆରେ ଲଉଡି ଖେଳ, ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । ଘରେ ରହି ହୋଲି ଖେଳିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି । ରାସ୍ତା ଓ ସର୍ବସାଧାରଣ ସ୍ଥାନରେ ହୋଲି ଖେଳ, ମାଇକ ଓ ବାଜା ମନା ହୋଇଛି ।

Comments are closed.