ପତ୍ନୀ କରୋନା ସଂକ୍ରମିତ, କ୍ବାରେଣ୍ଟାଇନରେ କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜରିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ପତ୍ନୀଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲ ମଧ୍ୟ ନିଜକୁ କ୍ବାରେଣ୍ଟାଇନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୁନୀତା କେଜରିୱାଲ ଘରେ ନିଜକୁୁ ଆଇସୋଲେଟ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅରବିନ୍ଦ କେଜରିୱାଲଙ୍କ ଠାରେ ଲକ୍ଷଣ
ପ୍ରକାଶ ପାଇବା ପରେ କରୋନା ଟେଷ୍ଟ କରିଥିଲେ। ତେବେ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏବେ ପ୍ରତିଦିନ ରେକର୍ଡ ମାମଲା ସାମ୍ନାକୁ ଆସୁଛି। କରୋନା ମାମଲାରେ ଭୟଙ୍କର ବୃଦ୍ଧି ଯୋଗୁଁ ଦିଲ୍ଲୀର ହସ୍ପିଟାଲ ଗୁଡ଼ିକରେ ଶଯ୍ୟାର ଅଭାବ ଦେଖାଦେଇଛି । ଗୁରୁତର କରୋନା ରୋଗୀଙ୍କ ପାଇଁ ଅମ୍ଳଜାନର ମଧ୍ୟ ଅଭାବ ଦେଖା ଦେଲାଣି ।

କରୋନା ରୋଗୀଙ୍କ ପାଇଁ ଦିଲ୍ଲୀ ସରକାର ଶୀଘ୍ର ଏକ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରୁଛନ୍ତି ଏବଂ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ପଦକ୍ଷେପ ନେଉଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ କେଜରିୱାଲ ଦିଲ୍ଲୀରେ ୬ ଦିନ ଧରି ଲକଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ୨୬ ଏପ୍ରିଲ୍ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

Comments are closed.