ପଶ୍ଚିମବଙ୍ଗ ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିଶନ ଉପରେ ବର୍ଷିଲେ କୋଲକାତା ହାଇକୋର୍ଟ

କୋଲକାତା: କୋଭିଡର ଭୟାନକ ଦ୍ୱିତୀୟ ଲହରୀ ମଧ୍ୟରେ ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟ ନିର୍ବାଚନରେ ଯେଉଁଭଳି ଭାବେ କୋଭିଡ୍ ନିୟମର ଉଲ୍ଲଂଘନ ହେଉଛି, ସେନେଇ କୋଲକାତା ହାଇକୋର୍ଟ ଆଜି ନିର୍ବାଚନ କମିଶନ ଉପରେ ବର୍ଷିଛନ୍ତି । ନିର୍ବାଚନ ରାଲିଗୁଡିକ ସୁପର-ସ୍ପ୍ରେଡର୍ ସାଜିବାର ସମ୍ଭାବନା ଥିବା ବେଳେ, କୋର୍ଟ କହିଛନ୍ତି ଯେ କ୍ଷମତା ଥାଇ ମଧ୍ୟ ଏ କ୍ଷେତ୍ରରେ କମିଶନ କିଛି କରୁନାହିଁ ।

ନିର୍ବାଚନ କମିଶନଙ୍କୁ କ୍ଷମତା ଦିଆଯାଇଛି । କିନ୍ତୁ ଏହି କୋଭିଡ ସମୟରେ ମତଦାନ ନେଇ ଏହା କ’ଣ କରୁଛି? କମିଶନ କେବଳ ବିଜ୍ଞପ୍ତି ଜାରି କରୁଛି ଏବଂ ଅନ୍ୟସବୁ ଲୋକଙ୍କ ଉପରେ ଛାଡ଼ିଦେଉଛି ‌।

ହାଇକୋର୍ଟ ପୂର୍ବତନ ନିର୍ବାଚନ କମିଶନ ଟିନ୍ ଶେସାନଙ୍କ ଉଦାହରଣ ଦେଇ କହିଥିଲେ, “ସେଶନ୍ ଯାହା କରିଛନ୍ତି, ବର୍ତ୍ତମାନର ନିର୍ବାଚନ କମିଶନ ତାହାର ଏକ ଦଶମାଂଶ ବି କରୁନାହାଁନ୍ତି । ” ଯଦି କମିଶନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ କୋର୍ଟ ଏହା କରିବେ ବୋଲି ବିଚାରପତି ଚେତାବନୀ ଦେଇଛନ୍ତି ।

ପଶ୍ଚିମବଙ୍ଗ ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିଶନଙ୍କ କୋହଳ ମନୋଭାବ ଅଭିଯୋଗରେ ଦାୟର ହୋଇଥିବା ଦୁଇଟି ପିଟିସନ ର ଶୁଣାଣି କରି ହାଇକୋର୍ଟ ଏହି ଟିପ୍ପଣୀ କରିଛନ୍ତି ।

ବର୍ତ୍ତମାନର ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ଗତ କିଛି ବର୍ଷ ମଧ୍ୟରେ ଅନେକ ଲୋକ ପୂର୍ବତନ ନିର୍ବାଚନ କମିଶନର ଟି.ଏନ୍ ଶେସାନଙ୍କୁ ମନେ ପକାଇଥିଲେ । ନିର୍ବାଚନରେ ଯୁଗାନ୍ତକାରୀ ସଂସ୍କାର ଆଣିବା ପାଇଁ ସେଶାନଙ୍କୁ ଶ୍ରେୟ ଦିଆଯାଏ । ୨୦୧୯ରେ ଶେସାନଙ୍କ ପରଲୋକ ଘଟିଥିଲା ।

Comments are closed.