ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ, ମେ ୧୬ରେ ଭୋଟ୍, ୧୯ରେ ଗଣତି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ତାରିଖ ପୁଣିଥରେ ଘୁଞ୍ଚିଛି । ଏହି ଉପନିର୍ବାଚନ ମେ ୧୩ ପରିବର୍ତ୍ତେ ମେ ୧୬ରେ ହେବ । ମେ ୧୯ରେ ଭୋଟ୍ ଗଣତି ହେବ ।

ନିର୍ବାଚନ କମିଶନ ସାନି ବିଜ୍ଞପ୍ତି ଜାରି କରିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ନୂଆ ତାରିଖ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପିପିଲି ଉପନିର୍ବାଚନ ମେ ୧୩ରେ ହେବାର ଥିଲା । ତେବେ ସେ ୧୩ରେ ଇଦ୍ ଉଲ୍ ଫିତର୍ ପଡୁଥିବାରୁ ଉପନିର୍ବାଚନ ତାରିଖ ପୁଣିଥରେ ଘୁଞ୍ଚିଛି ।

Comments are closed.