ପଶ୍ଚିମବଙ୍ଗ: ୧୮୯ ଆସନରେ ତୃଣମୂଳ କଂଗ୍ରେସ ଆଗୁଆ, ନନ୍ଦିଗ୍ରାମରେ ପଛରେ ପଡ଼ିଛନ୍ତି ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ମତ ଗଣନାର ଅଢେଇ ଘଣ୍ଟା ମଧ୍ୟରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ତୃଣମୂଳ କଂଗ୍ରେସ ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର୍ ୧୪୮ ଅତିକ୍ରମ କରିଛି । ଦଳ ବର୍ତ୍ତମାନ ୧୮୯ ଆସନରେ ଆଗୁଆ ରହିଛି । ତେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ହାଇ ପ୍ରୋଫାଇଲ୍ ନନ୍ଦିଗ୍ରାମ ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ୮ ହଜାର ଭୋଟରେ ପଛୁଆ ଅଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

Comments are closed.