ପାଠକ ବାପ-ପୁଅ କୋର୍ଟରେ ହାଜର, ନୂଆ ମାମଲା ସଂପର୍କରେ କୋର୍ଟଙ୍କୁ ସୂଚନା, ଆଜିଠାରୁ ଆକାଶଙ୍କ ୫ ଦିନିଆ ସିବି ରିମାଣ୍ଡ

ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ କୋର୍ଟରେ ହାଜର କରାଯାଇଛି । ସ୍ଥାନୀୟ ଏସଡିଜେଏମ କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା । ଆକାଶଙ୍କ ବିରୋଧରେ ନୂଆ ମାମଲା ନେଇ କୋର୍ଟଙ୍କୁ ଜଣାଯାଇଛି । ୬୫ ଲକ୍ଷ ଟଙ୍କା ଠକେଇ ମାମଲା ନେଇ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି । ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରୁଜୁ ହୋଇଛି । ଆକାଶଙ୍କ ବିରୋଧରେ ଆଇପିସି ଦଫା ୪୧୯, ୪୨୦, ୪୬୮, ୪୭୧, ୫୦୬, ୩୪ ଲାଗିିଛି । ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ପାଠକ ବାପ-ପୁଅ । ସେପଟେ ଆଜିଠାରୁ ଆକାଶ ପାଠକଙ୍କ ୫ ଦିନିଆ କ୍ରାଇମବ୍ରାଂଚ ରିମାଣ୍ଡ ଆରମ୍ଭ ହେଉଛି । ଆକାଶଙ୍କୁ କ୍ରାଇମବ୍ରାଂଚ ମୁଖ୍ୟାଳୟକୁ ନିଆଯାଇ ପଚରାଉଚରା କରାଯିବ ।

Comments are closed.