ପାର୍ଲାମେଂଟରେ ଓଡିଶା ପ୍ରତି ରେଳବାଇର ବୈମାତୃକ ମନୋଭାବ ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର- ସଂସଦର ବଜେଟ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଜେଡି ଯୋଗ ଦେଇ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି କରାଯାଉଥିବା ଅବହେଳା ପ୍ରସଙ୍ଗ ଉଠାଇବ । ଏ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଓଡିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ୱ ନେଉଛନ୍ତି । କିନ୍ତୁ ରାଜ୍ୟରେ ପ୍ରାୟ ୩ ଶହଟି ଷ୍ଟପେଜ ବନ୍ଦ କରିଛି ରେଳ ବିଭାଗ । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ଜମି ଅଧିଗ୍ରହଣ ସରିଛି । କିନ୍ତୁ ଏ ଯାଏଁ ଖୋର୍ଦ୍ଧା –ବଲାଙ୍ଗିର ରେଳପଥ କାର୍ଯ୍ୟ ଅଗ୍ରଗତି ହୋଇନାହିଁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

କୋଇଲା ରୟାଲଟି ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ । ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବି ଉଠାଇବ ଦଳ । ଏହାଛଡା ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ପାଇଁ ବିଜେଡି ଦାବି କରିବ । ଚାଷୀ ପ୍ରସଙ୍ଗରେ ସ୍ୱାମୀନାଥନ କମିଟି ସୁପାରିଶର କାର୍ଯ୍ୟକାରିତା ଓ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ବି ଦଳ ଉଠାଇବ ବୋଲି କହିଛନ୍ତି ପ୍ରସନ୍ନ ।

Comments are closed.