ପିପିଲି ଉପନିର୍ବାଚନ ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସର ନୂଆ ପ୍ରାର୍ଥୀ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି କଂଗ୍ରେସ । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ବିଶ୍ୱକେଶନ ଦଳର ନୂଆ ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୨୬ ତାରିଖରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋରୋନାରେ ଏହି ମାସ ୧୪ ତାରିଖରେ ଦେହାନ୍ତ ହୋଇଯାଇଥିଲା । ଫଳରେ ଏହି ମାସ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଅଜିତଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ବନ୍ଦନା କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ମନା କରିଥିଲେ । ଆସନ୍ତାମାସ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ।

Comments are closed.