ପୁଣି ଅଣାୟତ୍ତ ହେଉଛି କରୋନା ସଂକ୍ରମଣ, ଦେଶରେ ଆଉ ୧୮,୩୨୭ ମାମଲା ଚିହ୍ନଟ, ୧୦୮ ମୃତ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ତୀବ୍ର ହେବାରେ ଲାଗିଛି। ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ସମସ୍ତ ଉଦ୍ୟମ ସତ୍ତ୍ୱେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାର ୩୨୭ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ୧୦୮ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶରେ ମୋଟ କରୋନା ମାମଲା ବର୍ତ୍ତମାନ ୧ କୋଟି, ୧୧ ଲକ୍ଷ ୯୨ ହଜାର ୮୮ କୁ ବୃଦ୍ଧି ପାଇଛି। ତେବେ କରୋନାରୁ ଏପର୍ଯ୍ୟନ୍ତ ୧ କୋଟି ୮ ଲକ୍ଷ ୫୪ ହଜାର ୧୨୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧ ଲକ୍ଷ ୫୭ ହଜାର ୬୫୬ ଲୋକ ପ୍ରାଣ ହରାଇଥିବାବେଳେ ଦେଶରେ ୧ ଲକ୍ଷ ୮୦ ହଜାର ୩୦୪ ସକ୍ରିୟ ମାମଲା ରହିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ କହିଛି ଯେ ମାର୍ଚ୍ଚ ୫ ସୁଦ୍ଧା ମୋଟ ୨୨ କୋଟି, ୬ ଲକ୍ଷ, ୯୨ ହଜାର ୬୭୭ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୫୧ ହଜାର ୯୩୫ ନମୁନା ଶୁକ୍ରବାର ପରୀକ୍ଷା କରାଯାଇଥିଲା। ୧୬ ଜାନୁଆରୀ ୨୦୨୧ ରୁ ଭାରତରେ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧ ରୁ ସାଧାରଣ ଲୋକଙ୍କ ପାଇଁ ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି ।

Comments are closed.