ପୁଣି ଅଲୋଡ଼ା ରେକର୍ଡ: ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଳୟ ଜାରି ରହିଛି । ସଂକ୍ରମଣରେ ଭାରତ ଆଜି ପୁଣି ଅଲୋଡ଼ା ରେକର୍ଡ କରିଛି । ପ୍ରଥମ ଥର ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୪,୦୧,୯୯୩ ମାମଲା ଚିହ୍ନଟ ହୋଇଛି । ଭାରତ ବିଶ୍ୱର ପ୍ରଥମ ଦେଶ ଯେଉଁଠି ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଛି । ଏହି ଘାତକ ରୋଗରେ ଆଉ ୩୫୨୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଦିନକରେ ଆଉ ୨୯୯,୯୮୮ ଜଣ ଲୋକ ସୁସ୍ଥ ହୋଇଛନ୍ତି ।
ଭାରତରେ ସମ୍ପ୍ରତି ମୋଟ କରୋନା ମାମଲା ସଂଖ୍ୟା ବଢ଼ି ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ରେ ପହଞ୍ଚିଛି । ଦେଶରେ ଏଯାବତ ୨ ଲକ୍ଷ ୧୧ ହଜାର ୮୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ଜଣ ସୁସ୍ଥ ହୋଇଛନ୍ତି । ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଦେଶରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୨ ଲକ୍ଷ ୬୮ ହଜାର ୭୧୦ରେ ପହଞ୍ଚିଛି ।

Comments are closed.