ପୁରୀ ତହସିଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ- ପୁରୀ ତହସିଲ୍‌ର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଡିଲାନ୍ସ ଚଢାଉ ହୋଇଛି । ତାଙ୍କର ବାସଭବନ ଓ ଅଫିସ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଫ୍ରେଣ୍ଡ୍‌ସ କ୍ଲବରେ ୨ଟି ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସଂପର୍କୀୟଙ୍କ ଘର ଓ କେନ୍ଦ୍ରାପଡାରେ ପୈତୃକ ଘରେ ଚଢାଉ ହୋଇଛି ।

Comments are closed.