ଗଞ୍ଜାମ ଜିଲ୍ଲାର ୨ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଧାୟକ

ଛତ୍ରପୁର- ମୋ ପୋଷ୍ୟ ସ୍କୁଲ ଅଭିଯାନରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏ କ୍ରମରେ ଗଂଜାମ ଜିଲ୍ଲାର ୨ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ।

ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ଓ ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବିଧାୟକ । ମୋ ପୋଷ୍ୟ ସ୍କୁଲ ଅଭିଯାନରେ ସାମିଲ ହୋଇ ଅତିକମରେ ତିନିଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କେନ୍ଦ୍ର ମନ୍ତ୍ରୀ, ସାଂସଦ, ମନ୍ତ୍ରୀ ଓ ବିଧାୟକ ଏବଂ ହାଇକୋର୍ଟ ବିଚାରପତିଙ୍କୁ ଆହ୍ୱାନ ଦେଇଥିଲେ ।

Comments are closed.