ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ମିଶ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ ପ୍ରତିନିଧି ଭାବେ ନିଜର କଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ଲୋକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ।

Comments are closed.