କରୋନା ଅପଡେଟ୍‌: ଦେଶରେ ଆଉ ୧୩ ହଜାର ଆକ୍ରାନ୍ତ ଚିହ୍ନଟ, ୧୩୧ ମୃତ

ନୂଆଦିଲ୍ଲୀ – ଭାରତରେ କରୋନାର ପ୍ରଥମ ମାମଲା ଗତବର୍ଷ ଜାନୁୟାରୀରେ ସାମ୍ନାକୁ ଆସିଥିଲା । ବର୍ଷକ ମଧ୍ୟରେ ଦେଶରେ ଏବ କୋଟିଏରୁ ଊର୍ଦ୍ଧ୍ୱ ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୩,୨୦୩ ନୂଆ ମାମଲା ଚିହ୍ନଟ ହୋଇଛି । ଆଉ ୧୩୧ ଜଣଙ୍କ ଜୀବନ ବି ଯାଇଛି । ସେହିପରି କରୋନାରୁ ଦିନକରେ ଆଉ ୧୩,୨୯୮ ଜଣ ଲୋକ ସୁସ୍ଥ ହୋଇଛନ୍ତି । କ୍ରମାଗତ ଚତୁର୍ଥ ଦିନ ପାଇଁ ଦୈନିକ କରୋନା ମାମଲା ୧୫ ହଜାର ତଳେ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୬୭ ହଜାର ୭୩୬ରେ ପହଞ୍ଚିଛି । ଏଥିମଧ୍ୟରୁ ୧ ଲକ୍ଷ ୫୩ ହଜାର ୪୭୦ ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୩ ଲକ୍ଷ ୩୦ ହଜାର ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ମାତ୍ର ୧ ଲକ୍ଷ ୮୪ ହଜାର ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.