ପୂର୍ବ ଭାରତରେ ଶିକ୍ଷାର ମୁଖ୍ୟ କେନ୍ଦ୍ର ପାଲଟିଛି ଓଡିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶା ପୂର୍ବ ଭାରତରେ ଶିକ୍ଷାର ମୁଖ୍ୟ କେନ୍ଦ୍ରସ୍ଥଳରେ ପରିଣତ ହୋଇଛି । ଆଇଆଇଏମ, ଆଇଆଇଟି, ଏନଆଇଏସଇଆର, ଏଆଇଆଇଏମସ୍‌, ଏନଏଲୟୁ ଭଳି ଶିକ୍ଷା ପ୍ରତିଷ୍ଠାନ ଏହାର ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆଇଆଇଏମ ସମ୍ବଲପୁରର ଶିଳାନ୍ୟାସ ଉତ୍ସବରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୫ରେ ପ୍ରତିଷ୍ଠା କରାଯାଇଥିବା ଆଇଆଇଏମ ସମ୍ବଲପୁର ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଂଟ । ଏହି ପ୍ରତିଷ୍ଠାନ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଦ୍ରୁତ ରୂପାନ୍ତରଣ ଘଟିଛି । ମାନବ ସମ୍ବଳର ବିକାଶକୁ ଓଡିଶା ସରକାର ସର୍ବାଧିକ ଗୁରୁତ୍ୱ ଦେଇଆସିଛନ୍ତି ବୋଲି ନବୀନ ଏହି ଅବସରରେ କହିଛନ୍ତି । ଦେଶରେ ଓଡିଶାକୁ ସବୁଠାରୁ ପସଯୋଗ୍ୟ ଶିକ୍ଷା ହବ୍ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନବୀନ କହିଛନ୍ତି ।

ଆଇଆଇଏମ ସମ୍ବଲପୁରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ରାଜ୍ୟରେ ଅଧିକରୁ ଅଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.