ପ୍ରଧାନମନ୍ତ୍ରୀଙ୍କ କୋଭିଡ୍‌-୧୯ ସମୀକ୍ଷା ବୈଠକରେ ଯୋଗଦେବେ ନାହିଁ ମମତା

ନୂଆଦିଲ୍ଲୀ – ଦେଶରେ କୋଭିଡ୍‌-୧୯ ସ୍ଥିତି ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଡାକିଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ ନାହିଁ । ମମତାଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ଏହି ବୈଠକରେ ପଶ୍ଚିମବଙ୍ଗର ପ୍ରତିନିଧିତ୍ୱ କରିବେ ।

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ମମତା ବ୍ୟସ୍ତ ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ତାଙ୍କର ନିକଟତମ ସୂତ୍ରରୁ ଜଣାପଡିଛି ।

ଭାରତରେ ଆଜି କରୋନା ସଂକ୍ରମଣ ସବୁ ପୂର୍ବ ରେକର୍ଡ ଭାଙ୍ଗିଛି । ଦିନକରେ ଦେଶରେ ୧,୨୬,୭୮୯ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୯,୨୮,୫୭୪ରେ ପହଞ୍ଚିଛି ।

Comments are closed.