ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପିକେ ସିହ୍ନାଙ୍କ ଇସ୍ତଫା

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପିକେ ସିହ୍ନା ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ, ସିହ୍ନା ସୋମବାର ହିଁ ନିଜ ପଦରୁ ଇସ୍ତଫା ଦେଇଥିଲେ । ସେ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ର ଦାୟିତ୍ୱ ଛାଡ଼ିବାରେ ସିହ୍ନା ହେଉଛନ୍ତି ଦ୍ୱିତୀୟ ଉଚ୍ଚସ୍ତରୀୟ ଅଧିକାରୀ । ତାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ନୃପେନ୍ଦ୍ର ମିଶ୍ର ମଧ୍ୟ ଇସ୍ତଫା ଦେଇଥିଲେ ।

ସିହ୍ନା ନିଜ ପ୍ରଶାସନିକ କ୍ୟାରିୟର ଆହ୍ଲାବାଦରେ ଆସିଷ୍ଟାଣ୍ଟ୍ କଲେକ୍ଟର ଭାବେ ଆରମ୍ଭ କରିଥିଲେ । କ୍ୟାବିନେଟ ସଚିବ ଭାବେ କେନ୍ଦ୍ର ସରକାର ୨୦୧୫ରେ ତାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିଥିଲେ । କ୍ୟାବିନେଟ ସଚିବ ପଦରୁ ଅବସର ପରେ ତାଙ୍କୁ ପିଏମ୍‌ଓରେ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ୍ କରାଯାଇଥିଲା ।

Comments are closed.