ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବଢ଼ାଇଲା ରେଳ ମନ୍ତ୍ରଣାଳୟ, ୧୦ ଟଙ୍କାରୁ ୩୦ ଟଙ୍କା ହେଲା

ନୂଆଦିଲ୍ଲୀ – ବିଶ୍ୱବ୍ୟାପୀ କୋଭିଡ -୧୯ ମହାମାରୀ ମଧ୍ୟରେ ରେଳ ମନ୍ତ୍ରଣାଳୟ ପ୍ଲାଟଫର୍ମର ଟିକେଟ୍ ମୂଲ୍ୟ ବୃଦ୍ଧି କରିଛି। ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ଏବଂ ଷ୍ଟେସନରେ ଭିଡ଼ ରୋକିବା ପାଇଁ ଏହା ଏକ ସାମୟିକ ନିଷ୍ପତ୍ତି ବୋଲି ମନ୍ତ୍ରଣାଳୟ କହିଛି। ଏହି ନିଷ୍ପତ୍ତି ପରେ ୧୦ ଟଙ୍କାରୁ ପ୍ଲାଟଫର୍ମ ଟିକେଟ୍ ବର୍ତ୍ତମାନ ୩୦ ଟଙ୍କା ହୋଇଛି।

ଏହି ଘୋଷଣା ସହିତ ମନ୍ତ୍ରଣାଳୟ କହିଛି ଯେ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ କରିବା ବିଭାଗୀୟ ରେଳ ପରିଚାଳକ (ଡିଆରଏମ) ଙ୍କ ଦାୟିତ୍ବ। ମନ୍ତ୍ରଣାଳୟ କହିଛି, ଷ୍ଟେସନକୁ ଅଧିକ ଲୋକ ଆସୁଥିବାରୁ ଭିଡ଼ ଜମିଥାଏ ଏବଂ ଏହାକୁ ରୋକିବା ପାଇଁ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ସମୟ ସମୟରେ ବୃଦ୍ଧି କରାଯାଇଥାଏ। ଏହି ନିଷ୍ପତ୍ତି ସମ୍ପୃକ୍ତ ଷ୍ଟେସନର ଡିଆରଏମ ଅଧିକାର ପରିସର ଭୁକ୍ତ। ଦୀର୍ଘ ବର୍ଷ ଧରି ସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥାଏ। ଏଥିରେ କିଛି ନୂଆ ନାହିଁ |

ଏହାପୂର୍ବରୁ ରେଳବାଇ ସ୍ୱଳ୍ପ ଦୂରଗାମୀ ଟ୍ରେନର ଟିକେଟ୍ ମୂଲ୍ୟ ମଧ୍ୟ ବୃଦ୍ଧି କରିଥିଲା ​​ଯାହା ଦ୍ଵାରା ଅନାବଶ୍ୟକ ଯାତ୍ରା ରୋକାଯାଇପାରିବ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଟିକେଟ୍ ସୁବିଧା ବର୍ଷକ ତଳେ ବନ୍ଦ ହୋଇଯାଇଥିଲା । କେବଳ ରେଳଯାତ୍ରୀ ହିଁ ଷ୍ଟେସନକୁ ଆସୁଥିଲେ ଏବଂ ଷ୍ଟେସନରେ ଭିଡ଼ ଜମାଇବା ଉପରେ କଟକଣା ଜାରି କରାଯାଇଥିଲା | କିନ୍ତୁ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହେଉଥିବାରୁ ପ୍ଲାଟଫର୍ମ ଟିକେଟ୍ ସୁବିଧା ମଧ୍ୟ ପୁଣି ଆରମ୍ଭ ହୋଇଛି | ଗତ ବର୍ଷ ଅର୍ଥାତ୍ ୨୦୨୦ରେ ଲକ୍ ଡାଉନ୍ ପୂର୍ବରୁ ଭିଡ଼ ରୋକିବା ପାଇଁ ମାର୍ଚ୍ଚ ୧୮ ରୁ ୨୨ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହା ପରେ ପ୍ଲାଟଫର୍ମରେ ଭିଡ଼ ମଧ୍ୟ କହିଥିଲା |

Comments are closed.