ବିଜୁ ଜୟନ୍ତୀ : ଓଡିଶାର ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବାକୁ ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ଓଡିଶାକୁ ବିକାଶର ଶୀର୍ଷରେ ପହଂଚାଇବା ଥିଲା ବିଜୁବାବୁଙ୍କ ଲକ୍ଷ୍ୟ ।

ସେବା ଥିଲା ବଜୁବାବୁଙ୍କ ଆଦର୍ଶ । ବିଜୁବାବୁଙ୍କ ନୀତି,ଆଦର୍ଶ ଓ ଚିନ୍ତାଧାରା ସମସ୍ତଙ୍କୁ ପ୍ରଭାବିତ କରିଛି । ଓଡିଶାର ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଗାଁର ବିକାଶ ଆମ ପାଇଁ ସବୁଠୁ ବଡ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ।

Comments are closed.