ଫେବ୍ରୁଆରୀ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ସ, ବାହାଘର, ଅନ୍ତ୍ୟେଷ୍ଟିରେ ୫ ଶହ ଲୋକଙ୍କୁ ଅନୁମତି, ପହିଲାରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର- ଫେବ୍ରୁଆରୀ ମାସ ପାଇଁ କୋଭିଡ-୧୯ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ବିବାହ ଉତ୍ସବ ଓ ଅନ୍ତିମ ସଂସ୍କାର ସଂପର୍କିତ ସମାବେଶରେ ୫ ଶହ ଲୋକ ଯୋଗ ଦେଇପାରିବେ । ଆସନ୍ତାମାସ ପହିଲାରୁ ଅଙ୍ଗନବାଡି କେନ୍ଦ୍ର ଖୋଲିବ । କୋଭିଡ ଗାଇଡଲାଇନ ଅନୁସାରେ ପାଠପଢା ହେବ । କଂଟେନମେଂଟ ଜୋନ ବାହାରେ ସମସ୍ତ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ସାମାଜିକ, ସାଂସ୍କୃତିକ, ରାଜନୈତିକ, ଖେଳ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୫ ଶହ ଲୋକ ସାମିଲ ହୋଇପାରିବେ ।

Comments are closed.