ବଜେଟ୍ ୨୦୨୧: ରେଳବାଇ ପାଇଁ ୧.୧ ଲକ୍ଷ କୋଟି ବ୍ୟୟ ବରାଦ, ଜାତୀୟ ରେଳ ଯୋଜନା-୨୦୩୦ ଘୋଷଣା

ନୂଆଦିଲ୍ଲୀ – ଅର୍ଥମନ୍ତ୍ରୀ ସୋମବାର ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ରେଳବାଇ ପାଇଁ ୧.୧ ଲକ୍ଷ କୋଟି ବ୍ୟୟବରାଦ କରାଯାଇଛି । ଏହାଛଡ଼ା ଭାରତୀୟ ରେଳର ବିକାଶ ପାଇଁ ଏକ ନୂଆ ଯୋଜନା ଜାତୀୟ ରେଳ ଯୋଜନା-୨୦୩୦ ଘୋଷଣା କରାଯାଇଛି । ଶିଳ୍ପସଂସ୍ଥା ମାନଙ୍କ ପାଇଁ ପରିବହନ ଖର୍ଚ୍ଚ କମ୍ କରିବା ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି । ଜୁନ୍ ୨୦୨୨ ସୁଦ୍ଧା ଇଷ୍ଟର୍ନ ଓ ୱେଷ୍ଟର୍ଣ୍ଣ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଜାତୀୟ ରେଳ ଯୋଜନା-୨୦୩୦ ଅଧୀନରେ ମାଲ ପରିବହନରେ ରେଳବାଇର ଭାଗ ୪୫% ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୨୦୩୦ ସୁଦ୍ଧା ସବୁ ବ୍ରଡ୍‌ଗେଜ୍ ରେଳ ଲାଇନର ବିଦ୍ୟୁତକରଣ କରିବାକୁ ଲ଼କ୍ଷ୍ୟ ରଖାଯାଇଛି । ତେବେ ଏହି ଲକ୍ଷ୍ୟ ପୂରଣ କରିବା ସହଜ ହେବ ନାହିିଁ । କାରଣ ୨୦୧୪ ରୁ ୨୦୧୯ ଯାଏଁ ମୋଦି ସରକାର କେବଳ ୧୩,୬୮୭ କିଲୋମିଟର ବ୍ରଡ୍‌ଗେଜ୍ ଲାଇନର ବିଦ୍ୟୁକରଣ କରିବାକୁ ସମର୍ଥ ହୋଇଥିଲା । ଅର୍ଥାତ୍ ପ୍ରତିବର୍ଷ ୨୭୦୦ କିଲୋମିଟର ରେଳ ଲାଇନର ବିଦ୍ୟୁତକରଣ କରାଯାଉଛି ।

Comments are closed.