ବଜେଟ ଅଧିବେଶନ ପାଇଁ କାଲିଠାରୁ ବିଧାନସଭାରେ କୋଭିଡ ଟେଷ୍ଟ

ଭୁବନେଶ୍ୱର- ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି । ଅଧିବେଶନ ପୂର୍ବରୁ ଆସନ୍ତାକାଲିଠାରୁ ବିଧାନସଭାରେ କୋଭିଡ ଟେଷ୍ଟ ଆରମ୍ଭ ହେବ । ସକାଳ ସାଢେ ୮ଟାରୁ ଅପରାହ୍ନ ୫ଟା ଯାଏଁ ହେବ କୋଭିଡ ଟେଷ୍ଟ । ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ ଆସିଲେ ହିଁ ପ୍ରବେଶ ଅନୁମତି ମିଳିବ । ବିଧାନସଭା ଅଧିବେଶନ ପୂର୍ବଦିନ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

Comments are closed.