ବଜେଟ ୨୦୨୧ : ୭୫ ବର୍ଷରୁ ଅଧିକ ବୟସ୍କ ପେନସନଭୋଗୀଙ୍କୁ ଦେବାକୁ ପଡିବ ନାହିଁ ଆୟକର

ନୂଆଦିଲ୍ଲୀ – ବଜେଟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା କରାଯାଇଛି । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି ଦିଆଯାଇଛି । ସେମାନଙ୍କୁ ଆୟକର ଦେବାକୁ ପଡିବ ନାହିଁ । ଭାରତରେ କର୍ପୋରେଟ ଟ୍ୟାକ୍ସ ବିଶ୍ୱରେ କମ୍ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ପ୍ରତ୍ୟକ୍ଷ କରରେ ବଡ ସଂସ୍କାର ପାଇଁ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।
ଏକ ସ୍ୱତନ୍ତ୍ର ଆୟକର ଅପିଲେଟ ଟ୍ରିବୁନାଲ୍ ପ୍ରତିଷ୍ଠା ପାଇଁ ବଜେଟରେ ପ୍ରସ୍ତାବ ରହିଛି । ଏଠାରେ ଆୟକରଦାତାଙ୍କ ବିବାଦ ଶୁଣାଣି ପାଇଁ ହାଜର ହେବାକୁ ପଡିବ ନାହିଁ । ସଂପୂର୍ଣ୍ଣ ଭାବେ ଡିଜିଟାଲ୍ ପ୍ରକ୍ରିୟାରେ ହେବ ବିଚାର ।

Comments are closed.