ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଓଡିଶା ପୋଲିସର ଦକ୍ଷତାକୁ ସିଡିିଏସ ବିପିନ ରାୱତଙ୍କ ପ୍ରଶଂସା

ଭୁବନେଶ୍ୱର- ଓଡିଶା ପୋଲିସର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନରେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍‌-ସିଡିଏସ ଜେନେରାଲ ବିପିନ ରାୱତ ଅଭିଭାଷଣ ଦେଇଛନ୍ତି । ଓଡିଶା ପୋଲିସର ଦକ୍ଷତାକୁ ସେ ପ୍ରଶଂସା କରିଛନ୍ତି । ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ଓଡିଶା ପୋଲିସ ବେଶ ସଫଳ ହୋଇଛି ବୋଲି କହିଛନ୍ତି ଜେନେରାଲ ରାୱତ । ମାଓ ଦମନରେ ମଧ୍ୟ ଓଡିଶା ପୋଲିସ ଉଲ୍ଲେଖନୀୟ ଭାବେ ସଫଳ ହୋଇଛି ବୋଲି ସେ କହିଛନ୍ତି. ଏ କ୍ଷେତ୍ରରେ ଓଡିଶା ପୋଲିସ କେନ୍ଦ୍ରୀୟ ବଳ ସହ ପ୍ରଶଂସନୀୟ ଭାବା ସମନ୍ୱୟ ରଖିପାରିଥିବା ସେ କହିଛନ୍ତି । ଆଇନଶୃଙ୍ଖଳା ରକ୍ଷା କରିବାରେ ପୋଲିସ ହେଉଛି ସ୍ତମ୍ଭ । ସଂକଟ ସମୟରେ ପ୍ରଥମେ ପୋଲିସ ହିଁ ଲୋକଙ୍କ ପାଖରେ ପହଂଚିଥାଏ । ସରକାରଙ୍କ ଦୃଶ୍ୟମାନ ପ୍ରତିନିଧି ଭାବେ ପୋଲିସ ଉଭା ହୋଇଥାଏ ବୋଲି କହିଛନ୍ତି ସିଡିଏସ ରାୱତ ।

Comments are closed.