ଡିସେମ୍ବର ୩୦ ତାରିଖରେ ଖୋଲିବ କୋରାପୁଟ ଜିଲ୍ଲାର ଧର୍ମାନୁଷ୍ଠାନ

କୋରାପୁଟ- ଡିସେମ୍ବର ୩୦ ତାରିଖରେ କୋରାପୁଟ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଖୋଲିବ । ବିଭିନ୍ନ ଧର୍ମାନୁଷ୍ଠାନର ପ୍ରତିନିଧି, ଜନପ୍ରତିନିଧିଙ୍କ ସହ ଜିଲ୍ଲାପାଳଙ୍କ ବୈଠକ ପରେ ଏହି ନିଷ୍ପତି ହୋଇଛି । ଡିସେମ୍ବର ୩୧,ଜାନୁଆରୀ ୧ ଓ ୨ ତାରିଖରେ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ । ପରବର୍ତ୍ତୀ ନିଷ୍ପତି ନେଇ ପୁଣି ଥରେ ଜାନୁଆରୀ ୩ରେ ବୈଠକ ବସିବ ବୋଲି ସୂଚନା ମିଳିଛି .

Comments are closed.