ବହୁଦିନର ସ୍ୱପ୍ନ ପୂରଣ : ଖଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଲେ ନବୀନ ସରକାର

ଭୁବନେଶ୍ୱର- ବ୍ରହ୍ମପୁର ଖଲ୍ଲିକୋଟ ସ୍ୱଂୟଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଘୋଷଣା କରିଛନ୍ତି । ଖଲ୍ଲିକୋଟ ସ୍ୱଂୟଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ସର୍ବପୁରାତନ ଓ ପ୍ରସିଦ୍ଧ ମହାବିଦ୍ୟାଳୟ । ଏଠାରେ ଉନ୍ନତ ଶିକ୍ଷା ପରମ୍ପରା ରହିଆସିଛି । ଏହି ଐତିହାସିକ ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ଏବେ ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ସମଗ୍ର ଦକ୍ଷିଣ ଓଡିଶାରେ ଖଲ୍ଲିକୋଟ ମହାବିଦ୍ୟାଳୟ ଉଚ୍ଚଶିକ୍ଷା ପ୍ରମୁଖ କେନ୍ଦ୍ର ମଧ୍ୟରୁ ଅନ୍ୟତମ । ତେଣୁ ଏହାକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ନବୀନ ସରକାରଙ୍କ ନିଷ୍ପତ୍ତିକୁ ରେଶମ ସହରବାସୀ ସ୍ୱାଗତ କରିଛନ୍ତି ।

Comments are closed.