ବାଟ୍‌ଲା ହାଉସ୍ ଏନକାଉଣ୍ଟର: ଆରିଜ୍ ଖାନ୍ ଦୋଷୀ ସାବ୍ୟସ୍ତ, ୧୫ରେ ଦଣ୍ଡ ଘୋଷଣା

ନୂଆଦିଲ୍ଲୀ – ରାଜଧାନୀ ନଗରୀ ଦିଲ୍ଲୀରେ ୨୦୦୮ରେ ଘଟିଥିବା ବହୁ ଚର୍ଚ୍ଚିତ ବାଟ୍‌ଲା ହାଉସ୍ ଏନକାଉଣ୍ଟର ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ୍‌) ଆତଙ୍କବାଦୀ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆରିଜଙ୍କ ବିରୋଧରେ ଦଣ୍ଡ ଘୋଷଣା ମାର୍ଚ୍ଚ ୧୫ରେ ହେବ । ଏହି ଘଟଣା ପରଠୁ ଆରିଜ୍ ଫେରାର ଥିଲା । ତା’ ସମ୍ପର୍କରେ ସୂଚନା ପାଇଁ ପୋଲିସ୍ ୧୫ ଲକ୍ଷ ପୁରସ୍କାର ଘୋଷଣା କରିଥିଲା । ଶେଷରେ ୨୦୧୮ରେ ପୋଲିସ୍ ହାତରେ ଧରାପଡିଥିଲା ଆରିଜ୍ ।

୧୩ ଡିସେମ୍ବର ୨୦୦୮ରେ ଘଟିଥିବା ବାଟ୍‌ଲା ହାଉସ୍ ଏନକାଉଣ୍ଟ ବ୍ୟତୀତ ଦିଲ୍ଲୀ, ଅହମ୍ମଦାବାଦ, ୟୁପି ଏବଂ ଜୟପୁରରେ ହୋଇଥିବା ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ବି ତାର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା ।

ସେପ୍ଟେମ୍ବର ୧୯, ୨୦୦୮ରେ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଥିବା ବାଟ୍‌ଲା ହାଉସରେ ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କବାଦୀଙ୍କ ସହ ଦିଲ୍ଲୀ ପୋଲିସର ଏନକାଉଣ୍ଟର ହୋଇଥିଲା । ପୋଲିସ୍ ଗୁଳିରେ ଦୁଇ ଆତଙ୍କୀ ଆତିଫ୍ ଆମିନ ଏବଂ ମହମ୍ମଦ ସାଜିଦ ନିହତ ହୋଇଥିଲେ । ତେବେ ଆତଙ୍କବାଦୀଙ୍କ ସହ ଏହି ଏନକାଉଣ୍ଟରେ ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଦୁଇ ଅଧିକାରୀ ଆହତ ହୋଇଥିଲେ । ଘଟଣାସ୍ଥଳରୁ ଆରିଜ୍ ଖାନ୍ ଓ ଅନ୍ୟ ଜଣେ ଆତଙ୍କୀ ସୈଫ୍ ମହମ୍ମଦ ଖସି ପଳାଇବାରେ ସଫଳ ହୋଇଥିଲେ । ଆଉ ଜଣେ ଅଭିଯୁକ୍ତ ଜୀଶାନକୁ ଗିରଫ କରାଯାଇଥିଲା ।

Comments are closed.