ବାପା ହେଲେ କୋହଲି, କନ୍ୟା ସନ୍ତାନକୁ ଜନ୍ମଦେଲେ ଅନୁଷ୍କା

ମୁମ୍ବାଇ – ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବାପା ହୋଇଛନ୍ତି । ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଆଜି ବ୍ରିଚକାଣ୍ଡି ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର କୋହଲି ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି । ଘରକୁ ନୂଆ ଅତିଥିକୁ ସ୍ୱାଗତ ଜଣାଇ ଆମେ ବେଶ୍ ଖୁସି ବୋଲି କୋହଲି କହିଛନ୍ତି । ଉଭୟ ମାଆ ଓ ଝିଅ ଠିକ୍ ଅଛନ୍ତି ବୋଲି ସେ କହିଛନ୍ତି । ପ୍ରଥମ ଥର ବାପା,ମା’ ହୋଇଥିବା ‘ବିରୁଷ୍କା’ଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ କୋହଲି ଆଡିଲେଡ୍ ଟେଷ୍ଟ ପରେ ଅଷ୍ଟ୍ରେଲିଆରୁ ଭାରତ ଫେରି ଆସିଥିଲେ । ବିରାଟ ଓ ଅନୁଷ୍କା ଡିସେମ୍ବର ୧୧, ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଇଟାଲୀରେ ଦୁହିଁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍କା ଗର୍ଭବତୀ ଥିବା ସମ୍ପର୍କରେ କୋହଲି ଗତବର୍ଷ ଅଗଷ୍ଟରେ ଟ୍ୱିଟ୍ କରି ଘୋଷଣା କରିଥିଲେ ।

Comments are closed.