ବିଧାନସଭାରେ ଅଶୋଭନୀୟ ଆଚରଣ ପାଇଁ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେଡି

ଭୁବନେଶ୍ୱର- ବାଚସ୍ପତିଙ୍କୁ ଚପଲ ଫିଙ୍ଗି ନିଲମ୍ବିତ ହୋଇଥିବା ତିନି ବିଜେପି ବିଧାୟକଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପି ବିଧାକ ଅଶୋଭନୀୟ ଆଚରଣ ପାଇଁ କ୍ଷମା ମାଗନ୍ତୁ । ବିଜେପି ସଦସ୍ୟଙ୍କ ଏଭଳି ବ୍ୟବହାରରୁ ଆଗାମୀ ପିଢି କଣ ଶିଖିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ, ତିନି ବିଜେପି ବିଧାୟକଙ୍କ ବିରୋଧରେ ବିଧାନସଭା ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଇଛି । ନିଲମ୍ବନ ପ୍ରତିବାଦରେ ଧାରଣାରେ ବସିଥିଲେ ବିଜେପି ବିଧାୟକ । ଆଜି ସେମାନେ ଧାରଣା ପ୍ରତ୍ୟାହାର କରିବା ସହ ବାଚସ୍ପତିଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ବି ସେମାନେ ସମାଲୋଚନା କରିଥିଲେ ।

Comments are closed.