ବିଧାନସଭା ବଜେଟ୍ ଅଧିବେଶନରେ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ଶାସକ ବିଜେଡି

ଭୁବନେଶ୍ୱର- ବିଧାନସଭାର ବଜେଟ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିଛି । ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ଯେ, ଓଡିଶା ପ୍ରତି କେନ୍ଦ୍ରୀୟ ଅବହେଳା ହେବ ଦଳର ମୁଖ୍ୟ ପ୍ରସଙ୍ଗ । କେନ୍ଦ୍ରୀୟ ଯୋଜନାରେ ଅର୍ଥ ପ୍ରତିବର୍ଷ ହ୍ରାସ ପାଉଛି । ରାଜ୍ୟ ପ୍ରତିବର୍ଷ ୧୨ ହଜାର କୋଟି ଟଙ୍କା ଆର୍ଥିକ କ୍ଷତି ସହୁଛି ବୋଲି ସେ କହିଛନ୍ତି ।

ଏଥର ବିଧାନସଭା ବଜେଟ ଅଧିବେଶନରେ ୬ଟି ବିଲ୍ ଆସିବ ବୋଲି ମନ୍ତ୍ରୀ ଆରୁଖ ସୂଚନା ଦେଇଛନ୍ତି ।

Comments are closed.