ବିମାନ ଚଢ଼ିବା ବେଳେ ତିନିଥର ଝୁଣ୍ଟିଲେ ବାଇଡେନ

ୱାଶିଂଟନ – ଆମେରିକା ରାଷ୍ଟ୍ରପତି ନିଜ ଅଫିସିଆଲ ବିମାନ ଏୟାର ଫୋର୍ସ ୱାନରେ ଚଢ଼ିବା ବେଳେ ତିନି ଥର ଝୁଣ୍ଟିବା ଚର୍ଚ୍ଚାର ବିଷୟ ହୋଇଛି । ୭୮ ବର୍ଷୀୟ ବାଇଡେନ୍ ବିମାନ ସିଡ଼ି ଚଢ଼ୁଥିବା ବେଳେ ତିନି ଥର ଝୁଣ୍ଟିଥିଲେ । ପ୍ରଥମ କିଛି ପାହାଚ ଚଢ଼ିବା ବେଳେ ସେ ସାମାନ୍ୟ ଝୁଣ୍ଟି ପଡିଥିଲେ । ପୁଣି ଦ୍ୱିତୀୟ ଥର ସେ ଝୁଣ୍ଟିବା ପରେ ନଇଁ ପଡିଥିଲେ ଏବଂ ଉଠିବା ପାଇଁ ସାମାନ୍ୟ ସଂଘର୍ଷ କରିଥିଲେ । କ୍ୟାବିନ ପାଖାପାଖି ପହଞ୍ଚିବା ବେଳେ ବାଇଡେନ୍ ଆଉଥରେ ଝୁଣ୍ଟିଥିଲେ । ଶେଷରେ ସେ ଶୀର୍ଷରେ ପହଞ୍ଚିବା ପରେ ତାଙ୍କୁ ବିଦାୟ ଜଣାଇବାକୁ ଆସିଥିବା ହ୍ୱାଇଟ୍ ହାଉସ୍ ଅଧିକାରୀଙ୍କୁ ସାଲ୍ୟୁଟ୍ କରି କ୍ୟାବିନ ଭିତରକୁ ଚାଲି ଯାଇଥିଲେ ।

ବିମାନ ଚଢ଼ିବା ବେଳେ ଏକାଧିକ ଥର ଝୁଣ୍ଟିଥିଲେ ମଧ୍ୟ ବାଇଡେନଙ୍କୁ କୌଣସି ଆଘାତ ଲାଗି ନାହିଁ । ସେ ଠିକ୍ ଅଛନ୍ତି ବୋଲି ହ୍ୱାଇଟ୍ ହାଉସ୍‌ର ଡେପୁଟି ପ୍ରେସ୍ ସେକ୍ରେଟାରି କ୍ୟାରିନ୍ ଜନ୍ ପିୟର କହିଛନ୍ତି । ବାହାରେ ଜୋର୍‌ରେ ପବନ ବହୁଥିବାରୁ ବାଇଡେନ୍ ବିମାନ ଷ୍ଟେୟାରକେସ ଚଢ଼ିବା ବେଳେ ଅନେକ ଥର ଝୁଣ୍ଟିଥିଲେ ବୋଲି ସେ କହିଛନ୍ତି ।

ବାଇଡେନ୍ ଆଜି ଆମେରିକାର ଏସୀୟ ମୂଳର ନାଗରିକଙ୍କୁ ଭେଟିବା ପାଇଁ ଆଟଲାଣ୍ଟା ଗସ୍ତ କରିଛନ୍ତି । ଗତ କିଛି ଦିନ ଧରି ସେଠାରେ ଏସୀୟ ଆମେରିକୀୟଙ୍କ ଉପରେ ଆକ୍ରମଣ ହୋଇଛି ।

ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି ବାଇଡେନ୍ ଗତବର୍ଷ ନଭେମ୍ବରରେ ନିଜ ପୋଷା କୁକୁରର ଜନ୍ମଦିନ ପାଳିବା ବେଳେ ମଧ୍ୟ ପଡିଯାଇଥିଲେ । ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା ।

Comments are closed.