ବେଙ୍ଗାଲୁରୁ ୱିଷ୍ଟ୍ରନ୍ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି, ଲୁଟିନେଲେ ହଜାର ହଜାର ଆଇଫୋନ୍‌

ବେଙ୍ଗାଲୁରୁ – ୱିଷ୍ଟ୍ରନ୍ କୋଲାର ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି ହିଂସାକାଣ୍ଡର ରୂପ ନେଇଛି । ପରିଣାମ ସ୍ୱରୂପ ଏଠାରେ ଗଚ୍ଛିତ ଥିବା ହଜାର ହଜାର ଦାମୀ ଆଇଫୋନ୍ ଲୁଟିନେଇଛନ୍ତି ଅସନ୍ତୁଷ୍ଟ ଶ୍ରମିକ । ଯାହା ଫଳରେ କମ୍ପାନୀକୁ ୪୩୭ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି ।

ୱିଷ୍ଟ୍ରନ୍ ପ୍ଲାଣ୍ଟରେ ‘ଆପଲ୍‌’ର ଆଇଫୋନ୍ ନିର୍ମାଣ କରାଯାଏ । ରାଜ୍ୟ ଶ୍ରମମନ୍ତ୍ରୀ ଶିବରାମ ହେବର ଏହି ଘଟଣାକୁ ନିନ୍ଦା କରିଛନ୍ତି । ଶନିବାର ଘଟିଥିବା ଦୁଇଘଣ୍ଟାର ହିଂସା ଦ୍ୱାରା କମ୍ପାନୀକୁ ବହୁତ କ୍ଷତି ହୋଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ୱିଷ୍ଟ୍ରନ୍ ଓ କିଛି ଠିକା ଶ୍ରମିକଙ୍କ ମଧ୍ୟରେ ପାଉଣାକୁ ନେଇ ଗତ ତିନିମାସ ଧରି ବିବାଦ ଚାଲିଥିଲା । ୱିଷ୍ଟ୍ରନରେ ଶ୍ରମିକ ଅଂଶାନ୍ତି ଓ ହିଂସା ନେଇ ‘ଆପଲ୍‌’ ମଧ୍ୟ ଚିନ୍ତାବ୍ୟକ୍ତ କରିଛି ।

Comments are closed.