ବ୍ରହ୍ମପୁରରେ ତିନିଟି ଟିକାଦାନ କେନ୍ଦ୍ରରେ ଆସନ୍ତାକାଲି ଦିଆଯିବ କୋଭିଡ ଟିକା

ବ୍ରହ୍ମପୁର – ଆସନ୍ତାକାଲି ( ସୋମବାର ) ବ୍ରହ୍ମପୁରର କିଛି ଟିକାଦାନ କେନ୍ଦ୍ରରେ ୪୫ ବର୍ଷ ଓ ଅଧିକ ବୟସର ନାଗରିକଙ୍କ ପାଇଁ କୋଭିଡ ଟିକାକରଣ ହେବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସ୍କାରୋଡ୍‌, ଗୁଡ୍‌ସସେଡ୍ ରୋଡ ଓ ଖୋଡାସିଂରେ ଥିବା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାଦାନ ହେବ ବୋଲି କମିଶନର ଡକ୍ଟର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି ।

୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ତାରିଖ ନିର୍ଦ୍ଧାରଣ ହେଲେ ଜଣାଇ ଦିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର କହିଛନ୍ତି । ସେ ପର୍ଯ୍ୟନ୍ତ କୌଣସି ଟିକାକରଣ କେନ୍ଦ୍ରରେ ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି କମିଶନର ।

Comments are closed.