ବ୍ରିଟେନକୁ ବିମାନ ସେବା ଉପରେ କଟକଣା ଜାନୁଆରୀ ୭ ତାରିଖ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ -କୋରୋନାର ନୂଆ ଷ୍ଟ୍ରେନ ମିଳିଥିବାରୁ ବ୍ରିଟେନକୁ ବିମାନ ଯାତ୍ରା ଉପରେ ଲାଗିଥିବା କଟକଣା ଅବଧିକୁ ଆଉ ୭ ଦିନ ବୃଦ୍ଧି କରାଯାଇଛି । ଜାନୁଆରୀ ୭ ତାରିଖ ଯାଏଁ ବ୍ରିଟେନକୁ ଭାରତରୁ ବିମାନ ଉଡିବ ନାହିଁ କି ସେଠାରୁ କୌଣସି ବିମାନ ଆସିବ ନାହିଁ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ପୂର୍ବରୁ ବିମାନ କଟକଣା ଡିସେମ୍ବର ୩୧ ତାରିଖ ଯାଏଁ ଥିଲା ।

Comments are closed.