ବ୍ରିଟେନରେ ନିୟନ୍ତ୍ରଣ ବାହାରେ କୋଭିଡ୍ ସଂକ୍ରମଣ, ୧୭ ଜୁଲାଇ ପର୍ଯ୍ୟନ୍ତ ବଢିଲା ଲକଡାଉନ୍

ଲଣ୍ଡନ – ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଜନିତ ସଂକ୍ରମଣ ନିୟନ୍ତ୍ରଣ ବାହାରେ। ସମସ୍ତ ଉଦ୍ୟମ ସତ୍ତ୍ୱେ ବ୍ରିଟିଶ ସରକାର ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଅସମର୍ଥ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବ୍ରିଟିଶ ସରକାର ଦେଶବ୍ୟାପୀ ଲକଡାଉନ୍ ଅବଧିକୁ ୧୭ ଜୁଲାଇ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏହା ବାଦ୍ କରୋନା ହଟସ୍ପଟ୍ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଅତି କମରେ ୧୦ ଦିନ କ୍ବାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରିଟିଶ ସରକାର ଦେଶରେ ଲକଡାଉନ୍ ଅବଧିକୁ ୧୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଦେଶର ପବ୍, ରେଷ୍ଟୁରାଣ୍ଟ, ଦୋକାନ ଏବଂ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ । ବିଦେଶୀ ଯାତ୍ରୀମାନଙ୍କୁ ହୋଟେଲରେ ୧୦ ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

ବ୍ରିଟେନରେ କରୋନାରୁ ମୃତ୍ୟୁସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଏଠାରେ ୩୬ ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୯୭,୩୨୯ ଲୋକ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ବ୍ରିଟେନରେ କୋଭିଡ-୧୯ ରେ ୩୩,୫୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୫.୩୮ ଲକ୍ଷ ଲୋକ ଟୀକାର ପ୍ରଥମ ଡୋଜ୍ ପାଇଛନ୍ତି ।

Comments are closed.