ଗଣତନ୍ତ୍ର ଦିବସ ପରେଡର ଶେଷ ରିହର୍ସଲ, ପରେଡ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର- ଗଣତନ୍ତ୍ର ଦିବସ ପରେଡରେ ଶେଷ ରିହରସଲ ଆଜି ଅନୁଷ୍ଠିତ ହୋଇଛି । ପୋଲିସ ମହାନିର୍ଦ୍ଦେଶକ ଅଭୟ ରିହରସଲ ଦେଖିଛନ୍ତି । ସେ କହିଛନ୍ତି ଯେ, ଏଥର ପରେଡରେ ଆମେ ସ୍କୁଲ ପିଲାମାନଙ୍କ ଅନୁପସ୍ଥିତି ଅନୁଭବ କରିବୁ । ସୁରକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ଅନମତି ନ ଥିଲେ ବି ସେମାନେ ଆମ ସହ ରହିଛନ୍ତି ବୋଲି ଡିଜିପି କହିଛନ୍ତି ।

ଏଥର ପରେଡରେ ୪ଟି ଗ୍ରୁପ୍ ବ୍ୟାଣ୍ଡ୍ ସହ ଅଗ୍ନିସନ, ଓଡିଆରଏଫ୍‌, ଓଆଇଏସ, ଏସଏସବି,ଏସଓଜି, ଆରପିଏଫ, ସିଆରପିଏଫ, ଓଏସଏଫ, ଆଇଆରବି ଓ ଓଏସପି ଭାଗ ନେବେ । ପରେଡ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡ ସ୍ଥଳ ଗାନ୍ଧିମାର୍ଗର ସୁରକ୍ଷା ବୃଦ୍ଧି କରାଯାଇଛି । ପରେଡ ସ୍ଥଳରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଡିଜିିପି ଅଭୟ ସୂଚନା ଦେଇଛନ୍ତି ।

Comments are closed.