ଭକ୍ତଙ୍କ ପାଇଁ ଖୋଲିଲା ଘଟ ଗାଁ ତାରିଣୀ ମନ୍ଦିର

କେନ୍ଦୁଝର- ଦୀର୍ଘ ୧୦ ମାସ ପରେ ଆଜିଠାରୁ ଖୋଲିଛି କେନ୍ଦୁଝରର ପ୍ରସିଦ୍ଧି ଘଟ ଗାଁ ତାରିଣୀ ପୀଠ । ଭକ୍ତମାନେ କୋଭିଡ କଟକଣା ମାନି ମାଆଙ୍କୁ ଦର୍ଶନ କରୁଛନ୍ତି । ଦୁଇଟି ପର୍ଯ୍ୟାୟରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଦିନ ସାଢେ ୧୨ ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମାଆଙ୍କୁ ଦର୍ଶନ କରିପାରିବେ ଭକ୍ତ । ୧୦ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି । ପ୍ରଥମେ ପୂଜକଙ୍କ ପରିବାର ଲୋକଙ୍କୁ ମାଆଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ମନ୍ଦିର ବେଢାରେ ଥରକେ ୨୫ରୁ ୩୦ ଜଣ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି ।

Comments are closed.